ଦୀର୍ଘବର୍ଷ ଲଢେ଼ଇ ଫଳରେ ମିଳିଥିବା ଜଙ୍ଗଲ ଜମି ଅଧିକାର ଆଇନ 2006 କୁ କେନ୍ଦ୍ରସରକାର ସଙ୍କୁଚିତ କରିବାକୁ ଯାଉଛନ୍ତି। ଫଳରେ ଆଦିବାସୀ ଓ ଜଙ୍ଗଲ ଜୀବିଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବାର ବିପଦ ଦେଖା ଦେଇଛି। ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଥିବା ଗ୍ରାମସଭାର ଅନୁମତି କୁ ପରିବର୍ତ୍ତନ କରିବାପାଇଁ ସରକାର ଚାହୁଁଛନ୍ତି।
ପ୍ରାଚୀନ କାଳରେ ଜଙ୍ଗଲ ଆଦିବାସୀମାନଙ୍କର ଅବିଚ୍ଛେଦ୍ୟ ଅଂଗ ଥିଲା ଓ ଘନିଷ୍ଠତା ଗଭୀର ଥିଲା । ଜୀବିକା ତଥା ଅସ୍ତିତ୍ୱ ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲେ | ସେଥିପାଇଁ 18ଏପ୍ରିଲ 2013ରେ ମାନ୍ୟବର ସୁପ୍ରିମକୋର୍ଟ ଅଧିବାସୀଙ୍କ ପ୍ରତି ଐତିହାସିକ ଅନ୍ୟାୟ ହୋଇଛି କହି ଜଙ୍ଗଲ ଜମିରେ ଯେକୌଣସି କାର୍ଯ୍ୟ ପାଇଁ ଗ୍ରାମସଭା ଅନୁମତି ଜରୁରୀ ବୋଲି ରାୟ ଦେଇଥିଲେ।
ଜଙ୍ଗଲ ଜମି ଅଧିକାର ପାଇବା ପୂର୍ବରୁ ଓ ପାଇବାପରେ ଆଦିବାସୀ ଓ ଜଙ୍ଗଲ ଜିବୀଙ୍କ ଜୀବନ ଜୀବିକା ରେ କି ପ୍ରଭାବ ପଡୁଛି ? ଆମେ ଶିମିଳିପାଳ ଅଭୟାରଣ୍ୟରେ ଥିବା ଅଧିବାସୀଙ୍କ ଅନୁଭୂତିକୁ ସମଦୃଷ୍ଟି ଟେଲିଭିଜନ ଦ୍ବାରା ପ୍ରସ୍ତୁତ ''ଅଭୟାରଣ୍ୟରେ ଜୀବନ '' ଶୀର୍ଷକ ବୃତ୍ତଚିତ୍ର ମାଧ୍ୟମରେ ଦେଖିପାରିବା

2 Comments
Beautiful Laxmidhar... Congratulations for your new initiative
ReplyDeleteThank you Jolly apa
Delete