ବସ୍ତିବସିନ୍ଦା ହେଉଛନ୍ତି ସହରର ଜୀବନରେଖା । ଏମାନଙ୍କ ବିନା ସହର ଘଡ଼ିଏ ଚାଲି ପାରିବ ନାହିଁ । ସହରକୁ ସରସ ସୁନ୍ଦର କରୁଥିବା ବ୍ୟକ୍ତି ଜଣକ ବସ୍ତିବାସିନ୍ଦା । ବାବୁ ଘରେ ବାସନ ମାଜିବାକୁ ଆସୁଥିବା ମହିଳା ଜଣକ ବସ୍ତିବାସିନ୍ଦା । ବାବୁ ଘର ଗାଡ଼ି ଚଳାଉଥିବା ଡ଼୍ରାଇଭର ଜଣଙ୍କ ବସ୍ତିବାସିନ୍ଦା । କୋଠାବାଡ଼ି କାମରେ ବସ୍ତିବାସିନ୍ଦା । ସୁରୁଜ ଉଠିବା ଆଗରୁ ଯାହାର ନିଦ ଭାଙ୍ଗେ । ଯାହାର ଡ଼ାକରାରେ ସହର ଉଠେ ସିଏ ହେଉଛି ବସ୍ତିବାସିନ୍ଦା । ନିଜର ନିଜର ଲାଗୁଥିବା ସହରଟା ବେଳେବେଳେ କ୍ରୁର ହୋଇଉଠେ । ନିଜେ ଗଢୁଥିବା ସହର ତାକୁ ପରକରିଦିଏ । ସାଲିଆସାହି ଠାରେ ବସ୍ତିଭଙ୍ଗା ପ୍ରତିବାଦ ସଭାରେ ଥିବା ଅଲୋଡ଼ା ମଣିଷମାନେ କଣ କହୁଛନ୍ତି ଆସନ୍ତୁ ଶୁଣିବା ।

ଶିବଶଙ୍କର ସୋରେନ-: କଛିଦିନ ତଳେ ସାଲିଆସାହିକୁ ବି.ଏମ.ସି.ର ଅଫିସର ଆସିଥିଲେ ଏବଂ ରାସ୍ତା ମାପ କରୁଥିଲେ । ତାହାକୁ ପ୍ରତିବାଦ କରାଗଲା । ଆମେ ଚାହୁଁଛୁ ସରକାର ରାସ୍ତା କରିବା ପୂର୍ବରୁ ଆମସହ ଆଲୋଚନା କରୁ । କିନ୍ତୁ ସରକାର ଆମସହ ଆଲୋଚନା କରୁନି । ସେ କେବଳ ପୁଲିସ ପ୍ରଶାସନ ବଳ ପ୍ରୟୋଗ କରୁଛି । ଆମେବି ଚାହୁଁଛୁ ସରକାର ଆମସହ ଆଲୋଚନା କରନ୍ତୁ ଏବଂ ରାସ୍ତା ବନାନ୍ତୁ । ଯାହାକି ସାଲିଆସାହି ବାହାର ଏକାମ୍ରକାନନରେ ମିଶିବ । କୌଣସି ଘର ଭାଙ୍ଗିବନାହିଁ ଏବଂ ସରକାରଙ୍କର ଲାଭ ହେବ । ଏଇ ପ୍ରସ୍ତାବ ଦେଇଥିଲୁ । ଯଦି ସରକାରଙ୍କ ଯୋଜନା ଅନୁସାରେ ରାସ୍ତା ହେଲେ ପ୍ରାୟ ୧୦୦୦ ଘର ଭାଙ୍ଗିବ । ଯଦି ଘର ଭାଙ୍ଗିବ ବିକଳ୍ପ ବ୍ୟବସ୍ଥା କରନ୍ତୁ । ସରକାର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ବସ୍ତିବାସିନ୍ଦାଙ୍କୁ ଉଠାଇବାପାଇଁ ଚାହୁଁଛନ୍ତି । ଆମେ ଏଠାରେ ୧୯୮୨-୮୩ରୁ ଆସି ରହିଛୁ । ସେତେବେଳେ ଏଠାରେ ଜଙ୍ଗଲ ଥିଲା। ଏକାମ୍ରକାନନ ପାର୍କରେ କାମ କରୁଥିଲୁ ଏବଂ ଏଠାରେ ରହିଥିଲୁ । ଆମର ଦାବୀ ହେଉଛି ସରକାର ରାସ୍ତା କରୁ ।ବସ୍ତି ଭାଙ୍ଗି ଅଙ୍କାବଙ୍କା ରାସ୍ତା ନକରୁ । ନହେଲେ ଲୋକତ ବିସ୍ଥାପିତ ହେବେ ଦ୍ଵିତୀୟରେ ଯେଉଁ ଏକ୍ସିଡ଼େଣ୍ଟ ଜୋନ ହେବ ସେଥିପାଇଁ ସରକାର ଦାୟୀ ହେବେକି? ଦାୟୀ ହେବେନି । ତେଣୁ ଆମେ କହୁଛୁ ରାସ୍ତାଟି ଏକାମ୍ରକାନନ ଭିତର ଦେଇ ସିଧା ରାସ୍ତା କରନ୍ତୁ ।


ଫୁଲମଣି ସୋରେନ- : ଆମେ ଏଠାରେ ବାପାମାଆଙ୍କ ସହିତ ୩୦/୪୦ ବର୍ଷ ପୂର୍ବରୁ ଆସିଥିଲୁ । ଗାଁରେ ଆମର ଘର ନାହିଁ କି ଜମିବାଡ଼ି ନାହିଁ । ଆମେ ଏଠାରେ ଦିନ ମଜୁରିଆ କାମ କରି ବଞ୍ଚୁଛୁ । କିଏ କିଏ ଏକାମ୍ରକାନନରେ କାମ କରୁଛନ୍ତି । ଆମେ ଚାହୁଁଛୁଯେ, ରାସ୍ତା ସିଧାଯାଉ । ରାସ୍ତା ଯିବାପାଇଁ ଯାଗା ଅଛି । ଅଙ୍କେଇ ବଙ୍କେଇ ରାସ୍ତାଗଲେ ଆମ ଘର ଭଙ୍ଗାହେବ । ଆମେ ଏଠାରୁ ଉଠିଗଲେ ଅନ୍ୟଯାଗାରେ ଅମେ ଘର କରିପାରିବୁ ନାହିଁ । ଆମେ ସେଥିପାଇଁ ସକ୍ଷମ ନୋହୁଁ । ସେଥିପାଇଁ ଆମେ ଯାଗା ଛାଡ଼ିପାରିବୁ ନାହିଁ । ଯଦି ଛାଡ଼ିବୁ ଆମକୁ ଯାଗା ଦିଆଯାଉ ।

ଫୁଲମଣି-: ମୁଁ ସାଲିଆସାହିର ଦୀର୍ଘଦିନର ବାସିନ୍ଦା । ସରକାର କହୁଛନ୍ତି ଆମ ବସ୍ତିଦେଇ ରାସ୍ତା ଯିବ । ଏଥିପାଇଁ ଆମ ଘର ଭାଙ୍ଗିବ । ଆମେ ରାସ୍ତାପାଇଁ ମନାକରୁନୁ କିନ୍ତୁ ବସ୍ତିର ଗୋଟିଏବି ଘର ନଭାଙ୍ଗୁ । ଦୀର୍ଘ ୪୦ବର୍ଷ ହେଲା ଆମେ ଏଠାରେ ରହିଆସୁଛୁ । ଆମ ପିଲାମାନେ ଏଠାରେ ରହି ପାଠ ପଢୁଛନ୍ତି । ଏଠିକାର ଠିକଣା ଦେଇଛନ୍ତି । ସରକାର ବସ୍ତି ଭାଙ୍ଗିଦେଲେ ଆମ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ । ଗୋଟିଏ ପିଲାର ଜୀବନର କ୍ଷତିପୂରଣ ଦେଇପାରିବେକି? ଆମେ ଦେଖୁଛୁ ଅନ୍ୟ ବସ୍ତି ଭାଙ୍ଗିଲାପରେ କିଭଳି କ୍ଷତିପୂରଣ ଦେଉଛି । ଆମେ ଯେଉଁଠି ଅଛୁ ସେଇଠି ରହିବୁ । ପିଲାମାନେ ହେଲେ ଦେଶର ଭବିଷ୍ୟତ । ଠିକଣା ହଜିଗଲେ ସବୁକିଛି ହଜିଯାଏ । ତେଣୁ ସରକାର ତାଙ୍କର ଭବିଷ୍ୟତ ନଷ୍ଟ ନକରନ୍ତୁ । ସରକାର ଆମକୁ ଉପଯୁକ୍ତ ନ୍ୟାୟ ଦିଅନ୍ତୁ । ଆମେତ କହୁଛୁ ସରକାର ଆମସହ ଆଲୋଚନା କରନ୍ତୁ । ଆଲୋଚନାର ଫଳାଫଳକୁ ଆମେ ସ୍ୱୀକାର କରିବୁ । ବିନା ଆଲୋଚନାରେ ଆମେ ଛାଡ଼ିପାରିବୁ ନାହିଁ ।


ସାଲ ମାର୍ଣ୍ଡି - : ସରକାର ପ୍ରଥମେ ଲକ୍ଷ୍ମୀପୁର ବସ୍ତିଭାଙ୍ଗି ଯେଉଁ ରାସ୍ତା କଲେ ସେତେବେଳେ ଆମକୁ ପ୍ରତିଶୃତି ଦେଇଥିଲେ ଯେ, ଆମେ ଜାଭିୟରରେ ରାସ୍ତା ମିଶାଇବୁ ଏବଂ ସେଇ ମୁତାବକ ମଧ୍ୟ କାମ ହେଲା । ମ୍ୟୁନିସପାଲଟି ନିର୍ବାଚନ ସମୟରେ କହିଲେଯେ, ରାସ୍ତା କୁଆଡ଼େ ଯିବନି, ଆପଣମାନେ ନିରାପଦରେ ରୁହନ୍ତୁ । ସମସ୍ତେ ଭୋଟ ଦେଲେ । କିନ୍ତୁ ବର୍ତ୍ତମାନ ସାଲିଆସାହି ଏବଂ ଶକ୍ତି ବିହାର ମଧ୍ୟଦେଇ ଅଙ୍କାବଙ୍କା ରାସ୍ତା ନେଉଛନ୍ତି । ଯାହାଫଳରେ ବସ୍ତିର ୧୦୦୦ରୁ ଅଧିକ ଘର ଭାଙ୍ଗିବ । ଏହା ୨୦୧୭ର ବସ୍ତି ଭଙ୍ଗା ପ୍ଲାନ । ଅଙ୍କାବଙ୍କା ରାସ୍ତା କଲେ ଏକ୍ସିଡ଼େଣ୍ଟ ଜୋନ ହେବ । ୨୦୧୦ର ପୁରୁଣା ମ୍ୟାପ ଥିଲା । ମ୍ୟାପ ଅନୁଯାୟୀ ଯେତେବେଳେ ଫାର୍ମାସି କଲେଜ ପଡ଼ିଲା ତାକୁ ବୁଲେଇଲେ । ରାସ୍ତାତ ସେଇ ଗୋଟିଏ ପଏଣ୍ଟରେ ମିଶିବ ତେଣୁ ରାସ୍ତାକୁ ଏତେ ବୁଲେଇବାଙ୍କେଇ କାହିଁକି ନେଉଛନ୍ତି । ଆମେ ସରକାରଙ୍କୁ ଗୋଟିଏ ପ୍ରସ୍ତାବ ଦେଉଛୁ ଯେ, ଏଇଠୁ ସିଧା ଯଦି ଏକାମ୍ରକାନନ ପାର୍କକୁ ସଂଯୋଗ କରାଯାଏ ସିଆରପିକୁ ତାହାଲେ କୌଣସି ଘର ଭାଙ୍ଗିବନାହିଁ ଏବଂ ଗୋଟିଏ ଲାଭହେବ ସରକାରଙ୍କ ଅର୍ଥ ବଞ୍ଚôବ । ଏକାମ୍ରକାନନରେ ଥିବା ସରକାରୀ ବ୍ୟବସାୟୀଙ୍କର ଲାଭହେବ । ଆମର ଅଭିଜ୍ଞତା ଅଛି । ଉକ୍ରଳ ହସ୍ପିଟାଲ ପାଖରେ ଯେଉଁ ସଫାରୀ ହେଲା, ସେଠି ଯାହା ଥାଉନଥାଉ ବହୁ ଟୁରିଷ୍ଟ ଯାଉଛନ୍ତି । ତେଣୁ ଏକାମ୍ର କାନନର ବ୍ୟବସାୟ ବଢିବ । ଏକାମ୍ରକାନନ ଲୋକଲୋଚନକୁ ଆସିବ । ତେଣୁ ଅଳ୍ପ ପଇସାରେ ରାସ୍ତା ହେବା ସହିତ ସରକାରଙ୍କ ଲାଭହେବ । ସରକାର ଘରୋଇ ଅନୁଷ୍ଠାନମାନଙ୍କୁ ଚାହୁଁଛି । ଏଠି ଅଛି ଫାର୍ମାସି କଲେଜ, ସେପଟେ ଅଛି ଉକ୍ରଳ ହସ୍ପିଟାଲ, ଆଉ ୨/୪ଟା ଇଂଜିନିୟର କଲେଜ । ଘରୋଇ ଅନୁଷ୍ଠାନ ମାନଙ୍କ ବ୍ୟବସାୟିକ ଲାଭପାଇଁ ସରକାରୀ ଯୋଜନାକୁ ବାଟବଣା କରୁଛନ୍ତି । ତାଭିତରେ ଦୁର୍ନୀତିର ଗନ୍ଧ ରହୁଛି । ଯଦି ସରକାର ସ୍ୱଚ୍ଛଭାବରେ କାମ କରିବାପାଇଁ ଚାହୁଁଛନ୍ତି ସବୁ କାମ ଭିଜିଲାନ୍ସ ମନିଟରିଂରେ ହେଉ । ସରକାର ଏବେ ଯେଉଁ ଯାଗା ମିଶନ ଯୋଜନା କରିଛନ୍ତି । ଯାଗା ମିଶନ ଯୋଜନାରେ ସର୍ଭେ ପାଇଁ ଘୋଷଣା ହୋଇଛି । ଆସନ୍ତା ୨୪ମାସ ମଧ୍ୟରେ ସେମାନେ ରିପୋର୍ଟ ଦେବେ ଏବଂ ଗତ ୫/୦୭/୨୦୨୧ରେ ଘୋଷଣା ହୋଇଛିଯେ, ଆଉଥରେ ଡ଼୍ରୋନ ମାଧ୍ୟମରେ ସର୍ଭେ ହେବ । ଘରେଘରେ ଷ୍ଟିକର ଲାଗିବ । ତାପରେ ସରକାର ସମସ୍ତଙ୍କୁ ଜମିପଟ୍ଟା ଯୋଗାଇଦେବେ । ଜମିପଟ୍ଟା ଯୋଗାଇବା ପୂର୍ବରୁ ସରକାର ବସ୍ତିକୁ ଛିନ୍ନଭିନ୍ନ କରିବାକୁ ଚାହୁଁଛନ୍ତି । ଏହା ହେଉଛି ସବୁଠାରୁ ବଡ଼ ଷଡ଼ଯନ୍ତ୍ର ।