ଏହିଭଳି ଘଟଣା ଝୋଡ଼ିଆ ଆଦିବାସୀଙ୍କ ସହ ମଧ୍ୟ ଘଟିଛି। ଦୀର୍ଘ ଦିନରୁ ଆଦିବାସୀ ମାନ୍ୟତା ପାଇଁ ଆନ୍ଦୋଳନ ହେବା ସତ୍ତ୍ୱେ କେହି କର୍ଣ୍ଣପାତ କରୁନାହାନ୍ତି।  ୧ଲକ୍ଷ ରୁ ଅଧିକ ଝୋଡିଆ ସମ୍ପ୍ରଦାୟ ଲୋକ କାଶୀପୁର ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବସବାସ କରୁଛନ୍ତି। ୧୯୯୫ ମସିହାରେ କାଶୀପୁର ଠାରେ ରାଜ୍ୟ ସରକାର ହିଣ୍ଡାଲକୋ କମ୍ପାନୀକୁ ଖଣି ଓ କମ୍ପାନୀ ପାଇଁ ଜମି ଲିଜ୍ ଦେବା ଅବସରରେ ସ୍ଥାନୀୟ ଝୋଡିଆ ଆଦିବାସୀମାନେ ଏହାର ଘୋର ବିରୋଧ କରିଥିଲେ। ତେଣୁ ୧୯୯୬ମସିହାରେ ସରକାର ଝୋଡ଼ିଆ ସମ୍ପ୍ରଦାୟ କୁ ଆଦିବାସୀ ଆଦିବାସୀ ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ।  ସରକାର ୨୦୦୦ ମସିହାରେ ମାଇକଞ୍ଚ ଠାରେ ପୋଲିସ ଗୁଳିରେ ତିନିଜଣ ଆଦିବାସୀ ପ୍ରାଣ ହରାଇ ଥିଲେ।
ସେତେବେଳେ ହିଣ୍ଡାଲକୋ କମ୍ପାନୀ ପାଇଁ ୬୦,୦୦୦ ଲୋକ ବିସ୍ଥାପିତ ହୋଇଥାନ୍ତେ ଓ ପ୍ରାୟ ୭୫ପ୍ରତିଶତ ଜମି ହରାଇବାର ଭୟସୃଷ୍ଟି ହୋଇଥିଲା।
 ଖଣି ଖନନ ପାଇଁ ପଥ ପରିଷ୍କାର କରିବାକୁ ସରକାର ଜାଣିଶୁଣି ଏହି ବ୍ୟବସ୍ଥା କରୁଛନ୍ତି। କାହିଁକି ନା ପଞ୍ଚମ ଅନୁସୂଚିତ ଅଞ୍ଚଳ ରେ ସରକାର ଆଦିବାସୀଙ୍କ ଜମି ନେଇ ପାରିବ ନାହିଁ। ତେଣୁ ସରକାର ଖେଳୁଛନ୍ତି। ତେବେ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ଚୁପ୍ ।